କୁଚିଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି
ସମ୍ବଲପୁର/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଗୁରୁବାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା | ମୋଟ ୫୮ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୪୧ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୬ ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା । ୧୨ ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା। ସି.ଏମ. ଆର. ଏଫ ଅଧୀନ ରେ ସହାୟତା ପାଇଁ ୧ ଟି ଆବେଦନ ଆସିଥିଲା।
ଆଜି ଜିଲ୍ଲାପାଳ ସମ୍ବଲପୁର ଅଭିଯୋଗ ଶୁଣାଣି ପୂର୍ବରୁ ୧ ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର ପ୍ରଦାନ କରିବା ସହ ୦୪ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନା ରେ ବାର୍ଦ୍ଧ୍ୟକ ଭତ୍ତା ଏବଂ ୮ ଜଣ ଭୂମିହୀନ ଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ | ଆସନ୍ତା ସେପ୍ଟେମ୍ବର ମାସ ୨ ତାରିଖ ରେ ଧନକଉଡା ବ୍ଲକ୍ କାର୍ଯ୍ୟାଳୟ ଠାରେ, ୯ ତାରିଖ ରେ ରେଢାଖୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ, ୧୭ ତାରିଖ ରେ ଜମନକିରା ବ୍ଲକ୍ କାର୍ଯ୍ୟାଳୟ ଠାରେ, ୨୩ ତାରିଖ ରେ ରେଙ୍ଗାଲି ବ୍ଲକ୍ କାର୍ଯ୍ୟାଳୟ ଠାରେ, ୩୦ ତାରିଖ ରେ ଯୁଯୁମୁରା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।