ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୯୧ଜଣ ପୂର୍ବତନ ବିଡିଓଙ୍କ ବିରୁଦ୍ଧରେ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାରାଧୀନ ରହିଛି । ଏହି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାର ସମାପ୍ତି ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି ।
ଆଜି ବିଧାନସଭାରେ ବିଜେଡି ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ ରାଜ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଥିବା ପୂର୍ବତନ ବିଡିଓଙ୍କ ତାଲିକାକୁ ସାର୍ବଜନୀନ କରିଛନ୍ତି । ତେବେ ଏହି ବିଡିଓମାନଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେନେଇ ମନ୍ତ୍ରୀ କିଛି ସୂଚନା ଦେଇନାହାନ୍ତି ।