ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ ଭିକେ ପାଣ୍ଡିଆନଙ୍କ ଦ୍ୱାରା ବିଭିନ୍ନ ମଠ ମନ୍ଦିରକୁ ଟଙ୍କା ବଣ୍ଟନର ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ କରାଯିବ । ଆଜି ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ସିଏମଓର ଜଣେ ଅଧିକାରୀ ରାଜ୍ୟ ତମାମ ବୁଲିବୁଲି ନିଜ ପକେଟରୁ ଦେଲା ଭଳି ଟଙ୍କା ବାଂଟିଲେ । ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବାଂଟିଲେ । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କୁ ବିଶ୍ୱାସକୁ ନେଲେ ନାହିଁ । ୩-୪ଜଣ ସଚିବ ସବୁ କଲେ । ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ଆମ ସରକାର ନିଶ୍ଚିତ ଟାସ୍କଫୋର୍ସ ଗଠନ କରିବେ ଓ ଏସବୁର ତଦନ୍ତ ହେବ ।