ହାତୀ ପଲଙ୍କ ଉତ୍ପାତ, ବ୍ୟାପକ ଫସଲ ନଷ୍ଟ : ଘଉଡ଼ାଇବାକୁ ଯାଇ ଫସିଲେ ବନ କର୍ମଚାରୀ

ବାଲେଶ୍ୱର/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : ବାଲେଶ୍ୱର ଜିଲ୍ଲା ନୀଔପଦା ବ୍ଲକ ଢୋଲପୁର ଗାଁରେ ହାତୀ ଘଉଡ଼ାଇବା ପାଇଁ ଯାଇଥିବା ମହିଳା ଫରେଷ୍ଟଗାର୍ଡଙ୍କ ସମେତ ୧୦ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ଦାବିରେ ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାଯାଇଛି ।

ମଙ୍ଗଳବାର ସକାଳେ ଔପଦା ବ୍ଲକ ଢୋଲପୁର ଗାଁରେ ହାତୀ ପଲ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି । ବନ ବିଭାଗ କର୍ମଚାରୀ ହାତୀପଲଙ୍କୁ ଘଉଡାଇବା ପାଇଁ ପହଞ୍ଚିବାରୁ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଛନ୍ତି ।ହାତୀ ପଲଙ୍କୁ ଘଉଡାଇବା ପାଇଁ ବନ ବିଭାଗ କୌଣସି ଠୋସ୍ ପଦକ୍ଷେପ ନେଉ ନେଉନାହିଁ । ଏଥିସହ ଲୋକଙ୍କୁ କ୍ଷତିପୂରଣ ମିଳୁ ନଥିବା ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ନୀଳଗିରି ଅଞ୍ଚଳର ବିଭିନ୍ନ ଗାଁରେ ପଶି ହାତୀ ପଲ ଉପଦ୍ରବ କରୁଛନ୍ତି । ରାତିଅଧରେ ଗାଁରେ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ଫଳରେ ଭୟରେ ଲୋକେ ଘରୁ ବାହାରୁନାହାନ୍ତି ।

Leave A Reply

Your email address will not be published.