ବାଘକୁ ମାରି ମାଂସ ଖାଇଲେ : ଗିରଫ ହେଲେ ୩ ଶିକାରୀ

ସମ୍ବଲପୁର/ଭୁବନେଶ୍ୱର,୨୭-୦୮-୨୪ (ପିପିଏସ) : କଲରାପତରିଆ ବାଘକୁ ଶିକାର କରି ମାଂସକୁ ରୋଷେଇ କରି ଖାଇଲେ ଶିକାରୀ । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ। ଏହି ଘଟଣାରେ ବନ କର୍ମଚାରୀ ୩ ଜଣ ଶିକାରୀକୁ ଗିରଫ କରିଛନ୍ତି ।

ଷୋମବାର ରାତିରେ ବନ ବିଭାଗର ଟିମ୍ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ହିରାଲୋଇ ଗାଁ ପାଖ ଜଙ୍ଗଲରେ ଚଢ଼ାଉ କରିଥିଲା । ହଠାତ୍ ବନ ବିଭାଗ ଟିମ୍‌ର ଚଢ଼ାଉ ନେଇ କିଛି ଶିକାରୀ ଛତ୍ର ଭଙ୍ଗ ଦେଇଥିଲେ। ବନ ବିଭାଗ କର୍ମଚାରୀ ୩ ଜଣ ଶିକାରୀକୁ କାବୁ କରିବା ସହ କଲରାପତରିଆ ବାଘର ଛାଲ, ମୁଣ୍ଡ, କିଛି ରନ୍ଧା ଓ କଞ୍ଚା ମାଂସ ଜବତ କରିଥିଲେ । ଏଥିସହ ଗୋଟିଏ ବିଦେଶୀ ବନ୍ଧୁକ ଓ ଗୁଳି ବି ଜବତ କରିଥିଲେ । କିଛି ରନ୍ଧା ମାଂସ ଜବତ ହୋଇଥିବାରୁ ଶିକାରୀ ମାନେ ବାଘକୁ ମାରି ତାକୁ ରୋଷେଇ କରି ଖାଉଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.