କଟକ, ୨୬ -୦୮-୨୪ (ପିପିଏସ) : କଟକ ଜିଲ୍ଲା ବିଜେପି ସଦସ୍ୟତା ଅଭିଯାନ କର୍ମଶାଳା ଆଜି କଟକ ସଦର ଜରିପଡ଼ା ସ୍ଥିତ ଡିଭାଇନ୍ ପ୍ୟାଲେସ ଠାରେ ବିଜେପି ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ସଦସ୍ୟତା ଅଭିଯାନ ବିଷୟରେ ଆଲୋକପାତ କରିଥିଲେ ।
ଆସନ୍ତା ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଥିବା ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା । ଆଗାମୀ ସେପ୍ଟେମ୍ବର ମାସ ୧୭ ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଶୁଭଦ୍ରା ଯୋଜନାର ଶୁଭାଆରମ୍ଭ କରିବାର କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ, ବିଜେପି ରାଜ୍ୟ ପ୍ରବକ୍ତା ହିତେଶ୍ ମହାପାତ୍ର, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ହୃଷିକେଶ ଜେନା, ବିଜେପି ପୂର୍ବତନ ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁଙ୍କ ସମେତ କଟକ ଜିଲ୍ଲାରୁ ଶତାଧିକ ବିଜେପି କର୍ମୀ ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।