ଉଚ୍ଛେଦ ଉଠା ଦୋକାନୀଙ୍କ ଥଇଥାନ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହତାବ
କଟକ,୨୫-୦୮-୨୪ (ପିପିଏସ) : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସହରରୁ ଜବରଦଖଲରେ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଉଥିବା ବେଳେ ସେମାନଙ୍କ ଥଇଥାନ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି l ଏହାକୁ ଗୁରୁତ୍ବଦେଇ, ସାଂସଦ ଭର୍ତ୍ତୃହରି ମହତାବ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ପୌର ନିଗମର ଭାରପ୍ରାପ୍ତ କମିଶନର ଅନାମ ପାତ୍ରଙ୍କ ସମେତ ବହୁ ଅଧିକାରୀ ଓଏମପି ଛକ ପରିଦର୍ଶନ କରିଥିଲେ l ଓଏମପି ଛକରୁ ଉଚ୍ଛେଦ ହୋଇଥିବା ଉଠାଦୋକାନୀଙ୍କୁ ଷଷ୍ଠ ବାଟାଲିୟନ ପରିସରରେ ଥଇଥାନ କରିବାକୁ ପୂର୍ବରୁ ଘୋଷଣା ହୋଇଥିବାବେଳେ ଏହାର ଅଗ୍ରଗତି ଉପରେ ଆଜି ଅନୁଧ୍ୟାନ କରାଯାଇଛି l ପ୍ରଥମ ପର୍ଯ୍ୟାୟରେ ଓଏମପି ଛକଠାରୁ ଉଚ୍ଛେଦ ହୋଇଥିବା ୬୫ ଉଠାଦୋକାନୀଙ୍କୁ ଥଇଥାନ କରିବା ପରେ ଛକରୁ ନୂଆବଜାର ମଧ୍ୟରେ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରିବାକୁ କୁହାଯାଇଛି l ଅନ୍ୟମାନଙ୍କ ମଧ୍ୟରେ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ସଭାପତି ପ୍ରକାଶ ଦାସ, ସଂଗ୍ରାମ ପାତ୍ର, ଜ୍ୟୋତିରଞ୍ଜନ ରାୟ, ସୀତା ସାହୁ, ସନ୍ତୋଷ ପୃଷ୍ଟି, ପ୍ରଶାନ୍ତ ସାହୁ, ମିଳନ ସାହୁ, ଅନନ୍ତ ଦେଓ,ଭଗବାନ ମହାନ୍ତି,ପବିତ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l