ସବୁଦିନ ପାଇଁ ରାଜ୍ୟରେ ଦୂର ହେବ ଆଳୁ ସମସ୍ୟା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ରାଜ୍ୟରେ ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି l ଅଗାମୀ ଦିନରେ ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶ୍ରୀ ମାଝୀ ଓୟୁଏଟି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗଣମାଧ୍ୟମକୁ କହିଥିଲେ ଯେ ପୂର୍ବ ସରକାରଙ୍କର ଆଳୁ, ପିଆଜ, ପଣସ ମିଶନ ବିଫଳ ମାରିଥିଲା । ଫଳରେ ଆଳୁ ଦର ବଢିଥିଲା । ଯେଉଁ କାରଣରୁ ଚଳିତ ବର୍ଷ ସରକାରଙ୍କୁ ବହୁ ହଇରାଣ ହେବାକୁ ପଡ଼ିଲା ।

ଆଲୋଚନା ପରେ ବି ଆଳୁ ଛାଡ଼ିଲେ ନାହିଁ ପଶ୍ଚିମବଙ୍ଗ ସରକାର। ସେଠାରେ ବ୍ୟବସାୟୀ ଚାପ ପକାଇବା ଦ୍ବାରା ସେମାନେ ଆଳୁ ଛାଡ଼ିବାକୁ ରାଜି ହେଲେ। ବର୍ତ୍ତମାନ ସରକାର ଆଗାମୀ ଦିନରେ ଆଳୁ ଅଭାବୀ ବିକ୍ରି ବନ୍ଦ କରିବାକୁ ପ୍ରସ୍ତୁତ। ଏହି ସମସ୍ୟାର ସମାଧାନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ସହ ଆଳୁ ଚାଷରେ ସ୍ବାବଲମ୍ବୀ ହେବାକୁ ପଡ଼ିବ।

ମୁଁ ନିଜେ ଆଳୁ ଚାଷ କରି ଖାଏ ଓ ପରିବାର ବି ମୋର ଆଳୁ ଚାଷ କରି ଖାଆନ୍ତି। ଯଦି ମୁଁ ଓ ମୋ ପରିବାର ଖାଇପାରୁଛୁ, ରାଜ୍ୟର ଅନ୍ୟ ଜିଲାରେ ଆଳୁ ଚାଷ ପାଇଁ ଚେଷ୍ଟା କରାଯିବା ଦରକାର। ଆଳୁ ଉପରେ ଅଧିକ ଗବେଷଣା କରିବା ସହ ରାଜ୍ୟକୁ ସ୍ବାବଲମ୍ବୀ କରିବାକୁ ମୁଖ୍ୟମନ୍ତ୍ରୀ ବୈଜ୍ଞାନିକ ଓ ଗବେଷକଙ୍କୁ ଆହ୍ବାନ ଦେଇଥିଲେ।

Leave A Reply

Your email address will not be published.