ଫୁଲୁଛି ମହାନଦୀ, ବଢୁଛି ଜଳସ୍ତର : ହୀରାକୁଦରେ ଖୋଲିଲା ୨୦ ଗେଟ
ସମ୍ବଲପୁର,ଭୁବନେଶ୍ବର,୨୫-୦୮-୨୪ (ପିପିଏସ) : ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ମହାନଦୀ l ବଢୁଛି ହୀରାକୁଦଜଳ ଭଣ୍ଡାରର ଜଳସ୍ତର । ଏହି ବଢୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଆଜି ହୀରାକୁଦ ଡ୍ୟାମ୍ର ଆଉ ୬ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଫଳରେ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି । ଗେଟ୍ ଖୋଲିବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଥିଲା । ଉପରମୁଣ୍ଡରେ ବର୍ଷା ଯୋଗୁଁ ଡ୍ୟାମ୍ର ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ଡ୍ୟାମର ଜଳପତ୍ତନ ୬୨୧.୯୭ ଫୁଟରେ ପହଞ୍ଚିଛି। ୨୦ଟି ଗେଟ୍ ଦେଇ ପାଖାପାଖି ୩ଲକ୍ଷ ଘନଫୁଟ୍ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି ।