ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ-୨ର ଗୃହ ନିର୍ମାଣ କ୍ଷେତ୍ରକୁ ପରିଦର୍ଶନ କଲେ ସାଂସଦ ଭର୍ତ୍ତୃହରି ମହତାବ

କଟକ, ୨୪-୦୮-୨୪ (ପିପିଏସ) : କଟକ ସଦର ଅନ୍ତର୍ଗତ ୫୦ ନଂ ୱାର୍ଡ଼ ନୂଆପଡ଼ାଠାରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଗୃହ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିସାହିଠାରେ ଯୋଗାଇ ଦିଆଯାଇଥିôବା କ୍ଷେତ୍ରକୁ ଆଜି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ପରିଦର୍ଶନ କରିଛନ୍ତି । ବର୍ଷା ଯୋଗୁ ଏହି ଯାଗାରେ ପାଣି ଭରି ରହିଥିବାରୁ ଗୃହ ନିର୍ମାଣ କାର୍ଯ୍ୟ ହୋଇପାରୁ ନଥିବା ବିଭାଗୀୟ ଅଧିକାରୀମାନେ ସାଂସଦଙ୍କୁ ଅବଗତ କରାଇଥିଲେ । ଆଗାମୀ ନଭେମ୍ବର ମାସ ସୁଧା ତୁରନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବାକୁ ସାଂସଦ ଘଟଣାସ୍ଥଳରେ ଉପସ୍ଥିତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, କଟକ ସଦର ତହସିଲଦାର ସୁଜୟ ପତି, କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର କ୍ଷେତ୍ର କାର୍ଯ୍ୟାଳୟର ଉପ ଆୟୁକ୍ତ ଡଃ ସିହରଣ ଘୋଷ, କେନ୍ଦ୍ରୀୟ ବିଦ୍ୟାଳୟ-୨ର ସୁଶାନ୍ତ କୁମରେ ସେଠୀ ପ୍ରମୁଖ ସାଂସଦଙ୍କ ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ । ସାଂସଦଙ୍କର ଏହି କାର୍ଯ୍ୟକ୍ରମରେ ୱାର୍ଡ଼ର ବିଜେପି ସଭାପତି ବିଶ୍ୱନାଥ ବେହେରା, ପୂର୍ବତନ କର୍ପୋରେଟର କୈଳାସ ବସ୍ତିଆ, ଅଭିଭାବକ କମିଟିର ସଦସ୍ୟ ଅନୀଲ କୁମାର ସାମଲ, ସନ୍ତୋଷ କୁମାର ସାହୁ, ଅସୀତ ପଶାୟତ, ଇନ୍ଦ୍ରଜିତ ବିଶ୍ୱାଳ, ସୀତା ସାହୁ, ଜ୍ୟୋତିପ୍ରକାଶ ରାୟ, ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ରହି ତୁରନ୍ତ ଉକ୍ତ ଜାଗାକୁ ମାଟି ବାଲି ଦ୍ୱାରା ସମତୁଲ କରାଯିବା ସହିତ ଗୃହ ନିର୍ମାଣ ଶୀଘ୍ର ଆରମ୍ଭ କରିବାକୁ ସାଂସଦଙ୍କୁ ଦାବୀ ଜଣାଇଥିଲେ ।

Leave A Reply

Your email address will not be published.