ଚିକିଟୀ/ବ୍ରହ୍ମପୁର,୨୪-୦୮-୨୪ (ପିପିଏସ) : ସ୍ଥାନୀୟ କେ.ନୂଆଗାଁ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ବିଷାକ୍ତ ମଦ ମୃତ୍ୟୁ ହୋଇଥିବା ଘଟଣା ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି l ଏହାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି l ପୀଡ଼ିତ ପରିବାରକୁ ଭେଟିବା ପାଇଁ ବିଜେପିର ର ଏକ ଟିମ ଜେନାପୁର ଗ୍ରାମରେ ପହଂଚି ଥିଲା l ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମିନା ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ଦଳୀୟ କର୍ମୀଙ୍କ ସହିତ ଏହି ଟିମ ପୀଡିତ ପରିବାରକୁ ଭେଟିଥିଲେ । ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଦୁଃଖରେ ଭାଗୀ ହେବା ସହ ଭଲ ମନ୍ଦ ବୁଝିଥିଲେ l ତେବେ ଏହାକୁ ଗ୍ରାମବାସୀ ମାନେ ପ୍ରତିବାଦ କରିଥିବାର ଦେଖାଯାଇଥିଲା l
ସେହିପରି ଭାରତୀୟ କମ୍ୟୁନିଷ୍ଟ ଦଳର ପାଞ୍ଚ ଜଣିଆ ସଦସ୍ୟ ଆସି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ l ପିଡିତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବି ରଖିଥିଲେ l ଏହି ପ୍ରତିନିଧି ଦଳରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଏସ ପି ମହାପାତ୍ର, ଜିଲ୍ଲା କମିଟି ସଦସ୍ୟ କୈଳାଶ ଚନ୍ଦ୍ର ଷଡ଼ଙ୍ଗୀ, ବିଦ୍ୟାଧର ଜେନା, ପ୍ରମୋଦ ସାବତ ପ୍ରମୁଖ ଉପସ୍ଥିତ ଥିଲେ।