ଭଡ଼ାଘରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା କିମ୍ବା ଆତ୍ମହତ୍ୟା ?

ବାଲେଶ୍ୱର/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ରହୁଥିବା ଭଡା ଘରକୁ ଭିତର ପଟୁ ବନ୍ଦ କରି ନିଜ ଆପ୍ରୋନ ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଛନ୍ତି। ମୃତକ ହେଉଛନ୍ତି ବାରିପଦା ଅଞ୍ଚଳର ମୋନାଲିସା ହେମ୍ବ୍ରମ(୨୬)। ସେ ଜେଇ ଭାବେ ଭୋଗରାଇ ବ୍ଲକରେ ଗତ ମାର୍ଚ୍ଚ ମାସରେ ଯୋଗ ଦେଇଥିଲେ। ମନ୍ଦାରସାହି ପଞ୍ଚାୟତର ଜେଇ ଭାବେ ଦାୟିତ୍ଵ ତୁଲାଇଥିଲେ।

ଆଜି ଦୀର୍ଘ ସମୟ ଧରି ସେ ବାହାରକୁ ନ ବାହାରିବାରୁ ପାଖରେ ଭଡାରେ ରହୁଥିବା ଲୋକେ ଝରକା ପଟେ ଦେଖିବାକୁ ପାଇଥିଲେ ମୋନାଲିସା ନିଜ ଆପ୍ରୋନ ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଛନ୍ତି । ଏନେଇ ତାଙ୍କ ପରିବାର ଲୋକଙ୍କ ସହ ଭୋଗରାଇ ଥାନାକୁ ଖବର ଦେଇଥିଲେ । ମୋନାଲିସା ଭଡ଼ା ଘରେ ଏକାକୀ ରହୁଥିବା ବେଳେ ତାଙ୍କ ପାଖକୁ ଭାଇ ପରିଚୟରେ ଜଣେ ଯୁବକ ନିୟମିତ ଆସୁଥିଲା ବୋଲି କୁହାଯାଇଛି। ଖବର ପାଇ ତାଙ୍କ ପରିବାର ଲୋକେ ପହଞ୍ଚିଛନ୍ତି ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ତାଙ୍କର ଆତ୍ମହତ୍ୟା ପ୍ରେମଜନିତ ହୋଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ତେବେ ମୃତ୍ୟୁର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି । କେଉଁ ପରସ୍ଥିତିରେ ମହିଳା ଯନ୍ତ୍ରୀ ଏଭଳି ଚରମ ପଦକ୍ଷେପ ନେଇ ଝୁଲି ପଡ଼ିଲେ, କିମ୍ବା ତାଙ୍କୁ କିଏ ହତ୍ୟା କରିଛି ? ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ତେବେ ମୃତ୍ୟୁର ରହସ୍ୟ ଖୁବ୍‌ଶ୍ରୀଘ ଖୋଲିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.