ଓଡ଼ିଶାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍‌ : ବିଧାନ ସଭାରେ ଘୋଷଣା କଲେ ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର,୨୩-୮-୨୪ (ପିପିଏସ) : ବିଧାନସଭାରେ ଶୁକ୍ରବାର ଅଧିବେଶନରେ ବଡ଼ ଘୋଷଣା କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଗକୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡ୍ୟାନ୍ସ ବାର୍‌ ଗୁଡିକ ବନ୍ଦ କରାଯିବ । ସେ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସ୍କୁଲ, କଲେଜ, ମନ୍ଦିର ପାଖରେ ଆଉ ମଦ ଦୋକାନ ରହିବନି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ମଦ ଦୋକାନ ଯଥେଷ୍ଟ ଦୂରରେ ରହିବ । ଏହାସହ ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.