ଆଇପିଏସ୍‌ ଅଧିକାରୀ ଆଶିଷ ସିଂ ଏବଂ ଡିଏସ୍ କୁଟେଙ୍କ ପାଇଁ ଅଡୁଆ ବଢ଼ାଇ ପାରନ୍ତି ମୋହନ ସରକାର

*କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଗୃହ ବିଭାଗ
*୩୦ ଦିନ ଭିତରେ ଉଭୟଙ୍କୁ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ
*ଉତ୍ତର ନଦେଲେ, ଉଭୟଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଆଇପିଏସ୍‌ ଅଧିକାରୀ ଆଶିଷ ସିଂ ଏବଂ ଡିଏସ୍ କୁଟେଙ୍କ ପାଇଁ ଅଡୁଆ ବଢ଼ିଛି । ଗୃହ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଆଶିଷ ସିଂହ ଓ ଡିଏସ୍ କୁଟେ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ଗୃହ ବିଭାଗ ୩୦ ଦିନ ଭିତରେ ଉଭୟଙ୍କୁ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଛି । ନିର୍ବାଚନ ପରିଚାଳନାରେ ସମ୍ପୃକ୍ତି ଅଭିଯୋଗରେ କୁଟେ ଉତ୍ତର ଦେବାକୁ ନିର୍ଦ୍ଦେଶ ହୋଇଛି l ସନ୍ତୋଷ ଜନକ ଉତ୍ତର ନଦେଲେ ହୋଇପାରେ ତଦନ୍ତ । ନିର୍ବାଚନ କମିସନ ମାଗିଥୁବା ଅଭିଯୋଗ ଉପରେ ଉତ୍ତର ଦେବାକୁ ନିର୍ଦ୍ଦେଶ ହୋଇଛି । ନିର୍ବାଚନ ଦିନ ଜଣେ ପ୍ରାର୍ଥୀଙ୍କୁ ଗିରଫ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଧା ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ନାହିଁ ସେ ନେଇ ଉତ୍ତର ମାଗିଛି ଗୃହ ବିଭାଗ । ଟଙ୍କା ଓ ପଦବସର ଦୁରୁପଯୋଗ କରି ନିର୍ବାଚନରେ ହସ୍ତକ୍ଷେପ କରିଥିଲେ କି ନାହିଁ ଉତ୍ତର ଦେବାକୁ ନିର୍ଦ୍ଦେଶ ହୋଇଛି । ଗୃହ ବିଭାଗ ମିଥ୍ୟା କାରଣ ଦର୍ଶାଇ ଛୁଟିରେ ରହିବା ନେଇ ବି ଆଶିଷ ସିଂଙ୍କୁ ଉତ୍ତର ମାଗିଛି ।

ଆଇପିଏସ୍ ଆଶିଷ ସିଂହ(୨୦୦୪ ବ୍ୟାଚ)ଙ୍କୁ ଗଲା ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ଏଡିଜି ପାହ୍ୟାର ଆଇପିଏସ୍ ଡି.ଏସ. କୁଟ୍ଟେ(୧୯୯୭ ବ୍ୟାଚ୍)ଙ୍କ ନିଲମ୍ବନ ହଟିବା ପରେ ତାଙ୍କୁ ବି ଗଲା ୧୫ ତାରିଖରେ ଗୃହ ବିଭାଗର ଓଏସ୍‌ଡି ଦାୟିତ୍ବ ଦିଆଯାଇଛି ।

Leave A Reply

Your email address will not be published.