ପାତାଳି ଶ୍ରୀକ୍ଷେତ୍ରରୁ ହୁଣ୍ଡି ଚୋରି 

ବୀରମହାରାଜପୁର/ଭୁବନେଶ୍ୱର ୨୩-୦୮-୨୪ (ପିପିଏସ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରୁ ତାଲା କାଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୁଣ୍ଡି ଚୋରି ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଗନ୍ନାଥ ମନ୍ଦିରର ଗେଟ୍ ଓ କବାଟର ତାଲା କାଟି ହୁଣ୍ଡି ସମେତ ତିନୋଟି ଏମ୍ପ୍ଲିଫାୟାର, ମହାପ୍ରଭୁଙ୍କ ପାଟଶାଢ଼ୀ ଓ ଗାମୁଛା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି।

ସକାଳୁ ପୂଜକ ପହଞ୍ଚିବା ପରେ ମନ୍ଦିରର ତାଲା କଟାଯାଇଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ଓ ସନ୍ଧନୀ କୁକୁର ସହାୟତାରେ ଘଟଣାର କରୁଥିବା ସୂଚନା ମିଳିଛି।ମନ୍ଦିର ପଛ ପଟରୁ ପୁଲିସ କଟା ଯାଇଥିବା ହୁଣ୍ଡିକୁ ଉଦ୍ଧାର କରିଥିବାବେଳେ ତହିଁରେ କେତେ ଟଙ୍କା ଥିଲା ଜଣାପଡିନାହିଁ। ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ କେଇବାର ପାତାଳୀ ଶ୍ରୀକ୍ଷେତ୍ରରୁ ଚୋରି ହୋଇଥିବା ଜଣାଯାଇଛି। ବାରମ୍ବାର ଏଠାରେ ଚୋରି ହେଉଥିବାରୁ ଶ୍ରଦ୍ଧାଳୁ ତଥା ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଚୋରମାନଙ୍କୁ ଧରି ପୁଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.