ଶିଶୁଭବନ ପରିସରରେ ନର୍ସିଂ କର୍ମଚାରୀ ସଂଘର ଧାରଣା ଆରମ୍ଭ
କଟକ,୨୨ -୮-୨୪ (ପିପିଏସ ) : ନର୍ସିଂ କର୍ମଚାରୀ ସଙ୍ଘ ନିଜର ୧୦ ଦଫା ଦାବି ନେଇ ଗୁରୁବାର ଠାରୁ କଟକ ଶିଶୁ ଭବନ ପରିସରରେ ଧାରଣାରେ ବସିଛନ୍ତି l ରୋଗୀ ସେବାରେ କୌଣସି ବାଧା ସୃଷ୍ଟି ନକରି ଆନ୍ଦୋଳନ ଚାଲିଥିବା ବେଳେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ l ଏହାପରେ ମଧ୍ୟ ସରକାର ଯଦି ଦାବି ପୁରଣ ନକରିବେ, ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଶିଶୁଭବନ ନର୍ସିଂ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି l
୨୦୧୩ ମସିହା ନଭେମ୍ବର ୧୨ ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଧିକାରୀଙ୍କ ୬ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି ଏବଂ ସମସ୍ତ ଆର୍ଥିକ ସୁବିଧା ଦିଆଯିବା, ଯୋଗ୍ୟ ନର୍ସିଂ ଅଧିକାରୀଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯିବା, ସହକାରୀ ନର୍ସିଂ ଅଧିକ୍ଷକ ପଦରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମକରି ୧୬ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଧିକାରୀଙ୍କ ଏକ ସମୟରେ ୨ଥର ପଦୋନ୍ନତି କରାଯିବା, ନିୟମିତ ହୋଇନଥିବା ନର୍ସିଂ ଅଧିକାରୀଙ୍କୁ ତୁରନ୍ତ ନିୟମିତ କରିବା ଆଦି ୧୦ ଦଫା ଦାବିନେଇ ନର୍ସିଂ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛି l ଦାବିପୂରଣ ନହେଲେ ଆସନ୍ତା ୨୭ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି l ଧାରଣାରେ ଓଡିଶା ରାଜ୍ୟ ନର୍ସିଂ କର୍ମଚାରୀ ସଂଘର ସଭାନେତ୍ରୀ ଶୁଚିସ୍ମିତା ଦାସ, ଶିଶୁଭବନ ଶାଖାର ସଭାନେତ୍ରୀ ଅମିତା ତ୍ରିପାଠୀ ଏବଂ ସାଧାରଣ ସମ୍ପାଦିକା ସାଗରୀକା ନାଥଙ୍କ ସହିତ ଅନ୍ୟନେତ୍ରୀ ମାନେ ପ୍ରମୁଖ ନେତୃତ୍ୱ ନେଉଛନ୍ତି l