ଜଗତସିଂହପୁରରେ ଭାରତ ବନ୍ଦ୍ : ମିଳିଲାନି ସମ୍ପୂର୍ଣ୍ଣ ସମର୍ଥନ
ଜଗତସିଂହପୁର,୨୧-୮-୨୪ (ପିପିଏସ ) : ଜଗତସିଂହପୁର ସହରରେ ଦଳିତ ମହାସଂଘ ତରଫରୁ ବୁଧବାର ଭାରତ ବନ୍ଦ ପାଳନ କରାଯାଇଥିଲା l ମହାସଂଘର ସଭାପତି ଶଙ୍କର ଦାସ ଭାରତ ବନ୍ଦ୍କୁ ସମର୍ଥନ କରି ପୋଷ୍ଟ ଅଫିସ ଛକ ଠାରେ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ସହିତ କଟକ ମାଛଗାଁ ରାସ୍ତା ଅବରୋଧ କରି ସ୍ଲୋଗାନ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଜାତି ଭିତ୍ତିକ ସଂରକ୍ଷଣ ରାୟ କୁ ପ୍ରତ୍ୟାହାର ଦାବି କରି ଏହି ବନ୍ଦ ପାଳନ କରାଯାଇଥିଲା । ମାତ୍ର ସାଧାରଣ ଜୀବନଯାତ୍ରା ଉପରେ ଏହି ବନ୍ଦର ପ୍ରଭାବ ପଡ଼ିନଥିଲା l ଅନେକ ଦୋକାନ ବଜାର ଖୋଲା ରହିଥିବା ବେଳେ, ସ୍ଵାଭାବିକ ଭାବରେ ଯାନବାହାନ ଚଳାଚଳ କରୁଥିଲା l ଏହି ଧର୍ମଘଟକୁ ଜନସଧାରଣଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳିନଥିବା ଜଣାପଡ଼ିଛି l