ଟ୍ରେନରେ ଆସୁଛି ୪୮ ହଜାର କ୍ବିଣ୍ଟାଲ ଆଳୁ : ଯୋଗାଣ ମନ୍ତ୍ରୀ

*୩ ଦିନ ମଧ୍ୟରେ ଶେଷ ହୋଇଯିବ ଗଚ୍ଛିତ ଆଳୁ
*ବ୍ୟାପକ ଆଳୁ ରଖିଥିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୦-୮-୨୪(ପିପିଏସ) : ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ସୂଚନା ଦେବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ଆସିଛି । ମନ୍ତ୍ରୀ କହିଛନ୍ତି, ଟ୍ରେନରେ ପାଖାପାଖି ୪୮ ହଜାର କ୍ବିଣ୍ଟାଲ ଆଳୁ ଆସିବ। ୫ ଦିନ ଭିତରେ ୨ଟି ଆଳୁ ଟ୍ରେନ ଓଡ଼ିଶା ପହଞ୍ଚିବ। ସମ୍ବଲପୁରରେ ଆଳୁ ଦର ୨୬ ଟଙ୍କା, ରାଜଧାନୀରେ ୩୦ରୁ ୩୫ ରହିଛି। ବ୍ୟାପକ ଆଳୁ ରଖିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଗଚ୍ଛିତ ଥିବା ଆଳୁ ଆଗାମୀ ୩ ଦିନ ମଧ୍ୟରେ ଶେଷ ହୋଇଯିବ। ଏହା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ଏ ନେଇ ସୂଚନା ଦେଇଥିଲେ।

ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ସମସ୍ୟାର ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ। ଫଳରେ ରାଜ୍ୟରେ ପୁଣି ଆଳୁର ଅଭାବ ଦେଖାଦେଇପାରେ ବୋଲି ସେ କହିଥିଲେ।

Leave A Reply

Your email address will not be published.