ନୂଆଦିଲ୍ଲୀ/ଭୁବନେଶ୍ୱର, ୨୦-୦୮-୨୪ (ପିପିଏସ) : ରାଜ୍ୟସଭା ପାଇଁ ମଙ୍ଗଳବାର ଦିନ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ନିକଟରେ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଘୋଷଣା କରିଛନ୍ତି। ବିଜେଡି ୨୦୨୦ ମସିହାରେ ମମତା ମହାନ୍ତଙ୍କୁ ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ମମତା ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ । ନିଜ ସମ୍ପ୍ରଦାୟ ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି।