*ବଦଳିବ କାନପୁର ସ୍ୱାସ୍ଥ୍ୟକେନ୍ଦ୍ର ରୂପରେଖ
*ନରସିଂହପୁର ମେଡିକାଲରେ ହେବ ଷ୍ଟାଫ କ୍ୱାଟର୍ସ
କଟକ ,୨୦-୮-୨୪(ପିପିଏସ) : କଟକ ଜିଲ୍ଲା ବଡମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାନପୁର ମେଡିକାଲରେ ନୂତନ ପ୍ରସୂତି ଗୃହ ଓ ଅନ୍ତେବାସୀ ପ୍ରକୋଷ୍ଠର ଶୁଭ ଉଦଘାଟନ ସହିତ ନରସିଂହପୁର ମେଡିକାଲର ଷ୍ଟାଫ କ୍ୱାଟର୍ସର ଶିଳାନ୍ୟାସ ହୋଇଯାଇଛି l କାନପୁର ମେଡିକାଲତର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ବିଜୟ କୁମାର ଦଳବେହେରା, ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା, କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବାଶିଷ ଜେଠୀ,ଵିଵନଃଉଦାତ୍ତ ପଟ୍ଟନାୟକ, ସୂର୍ଯ୍ୟମଣି ଜେନା, କାର୍ତ୍ତିକ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ପ୍ରାୟ ଦୁଇ ବର୍ଷ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା, ଏହି ପ୍ରସୂତି ଗୃହ ଓ ଅନ୍ତେବାସୀ ପ୍ରକୋଷ୍ଠକୁ ଉଦଘାଟନ କରିଥିଲେ ବିଧାୟକ ଓ ସାଂସଦ l ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣ ପାଇଁ ନୂତନ ଆବାସିକ ଗୃହ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ସାଂସଦ ଓ ବିଧାୟକ l ଷୋହଳ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଯାଉଥିବା ଏହି ପ୍ରକଳ୍ପରେ ତିନି ମହଲା ବିଶିଷ୍ଠ ଆବାସିକ ଗୃହ ନିର୍ମାଣ କରାଯିବ l ଏଥିରେ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ସୁବିଧା ରହିବ l ଏଥିସହିତ ନରସିଂହପୁର ମେଡିକାଲରେ ୧୪ଟି ଷ୍ଟାଫ କ୍ୱାଟର୍ସର ଶିଳାନ୍ୟାସ କରିଥିଲେ ସାଂସଦ ଓ ବିଧାୟକ l ଏବେ ଡାକ୍ତର ଓ କର୍ମଚାରୀ ମାନଙ୍କପାଇଁ ରହିବା ପାଇଁ ସମସ୍ୟା ହେବ ନାହିଁ l ଏହି କାର୍ଯ୍ୟକ୍ରମରେ ନରସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପ୍ରକାଶ କୁମାର ମିଶ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାଜୀବ ଲୋଚନ ରଣା ପ୍ରମୁଖ ଯୋଗ ଦେଇଥିଲେ l