୨୧ ଭାରତ ବନ୍ଦ କୁ ସମର୍ଥନ କରିବ ଏସସିଏସଟି ଯୁଗ୍ମ କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗୀର,୨୦-୮-୨୪(ପିପିଏସ) : ଆସନ୍ତା 21ରେ ଭାରତ ବନ୍ଦକୁ, ଟିଟିଲାଗଡ଼ ଏସସିଏସଟି ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମର୍ଥନ କରାଯିବ l ଏନେଇ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ଯୁଗ୍ମ କମିଟି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି l ସୁପ୍ରିମକୋର୍ଟଙ୍କ ଏସସିଏସଟି ଆରକ୍ଷଣ ସଂକ୍ରାନ୍ତ ନିର୍ଣ୍ଣୟ ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରିବ l ଏସସିଏସଟି ବର୍ଗ ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରାଯିବାକୁ ଯୁଗ୍ମ କମିଟି ନେତା ବିରୋଧ କରିଛନ୍ତି l ଏନେଇ ସମସ୍ତ ଏସସିଏସଟି ଭାଇଭଉଣୀ 21ରେ ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭାରତ ବନ୍ଦରେ ସାମିଲ ହେବା ସହ ଏହାକୁ ସଫଳ କରିବା ପାଇଁ କମିଟି ଆହ୍ୱାନ ଦେଇଛି l କମିଟି ପକ୍ଷରୁ ଥବିର ପୁଝାରୀ, ବୀରେନ୍ଦ୍ର ବାଗ, ନିତ୍ୟା ମାଝୀ, ଦୁବ ହରପାଲ, ଅର୍ଜୁନ ନାଗ, ବେନାର ଛୁରା, ସୁନିଲ ଭୋଇ, ନନ୍ଦିକିଶୋର ଭୋଇ, ହେମନ୍ତ ମାଝୀ, ଦିଲୀପ ମାଝୀ, ରୋହିତ ଝାଙ୍କର, ପ୍ରକାଶ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.