ରାଉରକେଲା/୧୮-୦୮-୨୪(ପିପିଏସ): କୋଲକତା ହୋଇଥିବା ମହିଳା ଡ଼ାକ୍ତରଙ୍କ ହତ୍ୟାର ପ୍ରତିବାଦରେ ଭାରତୀୟ ମେଡିକାଲ ସଂଘ (ଆଇଏମ ଏ) ରାଉରକେଲା ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ମହିଳା ଶାଖାର ସଭାପତି ପୂର୍ଣ୍ଣିମା ଦତ୍ତଙ୍କ ନେତୃତ୍ୱରେ ଆଇଏମ ଏ ରାଉରକେଲା ଶାଖାର ସଭାପତି ଡ଼ାକ୍ତର ସତ୍ୟ ରଂଜନ ଦାସ୍, ସାଧାରଣ ସଂପାଦକ ଡାକ୍ତର ଦେବେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଡ଼ାକ୍ତର ଏଵଂ ସ୍ଵାସ୍ଥ୍ୟ କର୍ମଚାରୀ ମାନେ ସଂଧ୍ୟାରେ ହାଇଟେକ୍ ମେଡିକାଲ୍ ନିକଟରୁ ଏକ କ୍ଯାଣ୍ଡେଲ ଶୋଭାଯାତ୍ରାରେ ବାହାରି ବିରଜା ପାଲି କୋଟ ପାଖକୁ ଯିବା ସହିତ ସେଠାରୁ ବାହାରି ଆର୍ ଜି ଏଚ୍ ମେଡିକାଲ ସ୍ତାନ ପରିକ୍ରମା କରି ହାଇଟେକ୍ ମେଡିକାଲ୍ ନିକଟରେ ପହଞ୍ଚିଥିଲା। ମୃତ ଡ଼ାକ୍ତରଙ୍କ ହତ୍ୟା କାରିଙ୍କୁ କଠୋର ଦଣ୍ଡ ବିଧାନ କରାଯିଵା ସହିତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଵା କେନ୍ଦ୍ରୀୟ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ। ଏହି ଶୋଭାଯାତ୍ରାରେ ସାଧାରଣତଃ ଜନତା ମାନେ ସାମିଲ୍ ହୋଇଥିଲେ।