ଅସ୍ତରଙ୍ଗ ରାକ୍ଷୀ ବଜାରରେ ଭିଡ଼
:-ଫ୍ୟାନସି, ଷ୍ଟୋନ ରାକ୍ଷୀର ଚାହିଦା ବେଶୀ
:-ଅନଲାଇନି କାରଣରୁ ବ୍ୟବସାୟୀ ମାନ୍ଦା
ଅସ୍ତରଙ୍ଗ :୧୭-୦୮-୨୪ (ପିପିଏସ ):ଭାଇ ଭଉଣୀ ଙ୍କ ସ୍ନେହ ପ୍ରୀତିର ବନ୍ଧନର ରାକ୍ଷୀ। ରାକ୍ଷୀ ପାଇଁ ଏବେ ଅସ୍ତରଙ୍ଗ ବଜାର ଚଳଚଞ୍ଚଳ। ଅଗଷ୍ଟ ୧୯ତଥା ରାତି ପାହିଲେ ରକ୍ଷା ବନ୍ଧନ ଥିବା ବେଳେ ରଙ୍ଗ ବେରଙ୍ଗର ରାକ୍ଷୀ ଦୋକାନରେ ବିକ୍ରି ହେଉଛି। ଏ ନେଇ ରାକ୍ଷୀ ଷ୍ଟଲ ମାନଙ୍କରେ ଗ୍ରାହକଙ୍କ ଭିଡ଼ ରହୁଛି। ବର୍ତମାନ ଡିଜିଟାଲ ଯୁଗ। ତେଣୁ ଅନେକ ଘରେ ବସି ଅନଲାଇନି ରୁ ରାକ୍ଷୀ କିଣୁଛନ୍ତି।
ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଶୁଭ ମନାସି ଥାଏ। ଭଉଣୀ କୁ ସୁରକ୍ଷା ଦେବାକୁ ଭାଇ ପ୍ରତିଶୃତି ଦିଏ। ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତା ବହନ କରିଥାଏ ଏହି ରାକ୍ଷୀ। କେବଳ ଭାଇ ଭଉଣୀ ନୁହେଁ ଅନେକ ଙ୍କୁ ସମ୍ପର୍କର ସୂତାଖିଅ ମାଧ୍ୟ୍ୟମରେ ଯୋଡି ଥାଏ ରାକ୍ଷୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ଅସ୍ତରଙ୍ଗ ବଜାର ସହ ବିଭିନ୍ନ ଗ୍ରାମାଞ୍ଚଳ ରେ ଖୋଲିଛି ରାକ୍ଷୀର ପସରା। ବଜାରରେ ପ୍ରାୟ ୩ଶହ ରୁ ଉର୍ଦ୍ଧ ଭେରାଇଟି ରାକ୍ଷୀ ମିଳୁଛି। ବ୍ୟବସାୟୀ ଗ୍ରାହକ ଙ୍କ ମନ ଜିଣିବା ଭଳି ରାକ୍ଷୀ ଆଣି ଷ୍ଟଲରେ ସଜାଇଛନ୍ତି। ଚଳିତ ବର୍ଷ ଷ୍ଟୋନ ରାକ୍ଷୀ ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ର ବିନ୍ଦୁ ପାଲଟିଛି। କଲେଜ ଛାତ୍ରୀ, ମହିଳା ଓ ଯୁବତୀ ଙ୍କ ପ୍ରଥମ ପସନ୍ଦ ଷ୍ଟୋନ ରାକ୍ଷୀ ବୋଲି ବ୍ୟବସାୟୀ ପରମାନନ୍ଦ ସାହୁ ମତ ଦେଇଛନ୍ତି। ଅସ୍ତରଙ୍ଗ ବଜାର କୁ ସାଧାରଣତଃ କୋଲକାତା, ଦିଲ୍ଲୀ, ଜଟଣୀ ରୁ ରାକ୍ଷୀ ଆସିଥାଏ। ଛୋଟ ପିଲାଙ୍କ ପସନ୍ଦକୁ ଦେଖି ବଜାରରେ ପବଜି, ଡୋରମନ, ପିକାଚୁ, ସ୍ପାଇଡ଼ର, ମିକି ମାଉସ ପ୍ରମୁଖ ରାକ୍ଷୀ ରହିଛି। ୨ଟଙ୍କାରୁ ଆରମ୍ଭ ହୋଇ ୫୦୦ଟଙ୍କା ପର୍ୟ୍ୟନ୍ତ ରହିଥିବା ବ୍ୟବସାୟୀ ପରମାନନ୍ଦ ସାହୁ କହିଛନ୍ତି।
ଆଧୁନିକ ଯୁଗରେ ଅନଲାଇନି ବେପାର ଜୋର ଧରିଛି। ଅନଲାଇନି ଅନେକ ଅଫର ରହୁଥିବାରୁ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଓଡ଼ିଆ ପରମ୍ପରା ଅନୁଯାୟୀ ରାକ୍ଷୀରେ ଭାଇକୁ ଚନ୍ଦନ, କୁକୁମ ଓ ଚାଉଳ ରେ ପୂଜା କରି ଭଉଣୀ ରାକ୍ଷୀ ବାନ୍ଧିଥାଏ। ଏହାକୁ ନଜର ରଖି ବିଭିନ୍ନ ଷ୍ଟଲ ମାନଙ୍କରେ ଦୂରରେ ରହିଥିବା ଭାଇ ନିକଟକୁ ପଠାଇବା ପାଇଁ ଫାଇବର ତିଆରି ହାଲୁକା ଫରୁଆ ଶହ ରାକ୍ଷୀ ବିକ୍ରି ହେଉଛି। ରାକ୍ଷୀରେ ହିନ୍ଦୁ ଦେବା ଦେବୀ ଙ୍କ ମଧ୍ୟ ସ୍ୱତନ୍ତ୍ର ପୂଜା ରହିଛି। ଉକ୍ତ ଦିନ ପ୍ରଭୁ ବଳଭଦ୍ର ଙ୍କ ଜନ୍ମଦିନ। ଠାକୁର ଙ୍କ ପାଖରେ ତୁଳା ରାକ୍ଷୀ ଲାଗି ହୁଏ।