ଅତି ଜରୁରୀ ନଥିଲେ ଏସସିବି ଆସନି:ଅଧୀକ୍ଷକ
କଟକ: /୧୬/୦୮/୨୪(ପିପିଏସ ) କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି କଣ ହେବ । ଏପଟେ ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଏସସିବି ଅଧୀକ୍ଷକ । ସେପଟେ କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତୀବ୍ର ହେଉଛି ପ୍ରତିବାଦ । ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି । କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର ।