ଭୁବନେଶ୍ୱର :୧୬-୦୮-୨୪(ପିପିଏସ ) : ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭାରତର ରାଷ୍ଟ୍ରଦୂତ କେ ବିନୋଦ ଜାକବ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବାର୍ତା ପ୍ରଦାନ କରିଥିଲେ। ରାଷ୍ଟ୍ରଦୂତ ତାଙ୍କ ଭାଷଣରେ ବାହାରିନ ଓଡ଼ିଆ ସମାଜର ସମସ୍ତ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ। ଏଥିରେ ବାହାରିନ ଓଡ଼ିଆ ସମାଜର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା। ସବୁ ଭାରତୀୟ ଏକତ୍ରିତ ହୋଇ ଭାରତର ଜାତୀୟ ସଂଗୀତ ଗାନ କରିଥିଲେ । ବାହାରିନ ଓଡ଼ିଆ ସମାଜର ସଦସ୍ୟ ମାନେ ସମସ୍ତ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ପ୍ରଦାନ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରିଶେଷରେ ସମସ୍ତ ଭାରତୀୟ ଏକତ୍ରିତ ହୋଇ ଭାରତ ମାତାର ଜୟ ଗାନ କରିଥିଲେ।