ସୁକମା/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଛତିଶଗଡ଼ ସୁକମା ଜିଲ୍ଲା ପୂଭାର୍ତ୍ତୀ ଗାଁରେ, ମାଓବାଦୀମାନେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ସପ୍ତାହକ ତଳେ ନାବାଳକଙ୍କ ୧୯ ବର୍ଷିୟ ଭାଇଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ସ୍ଥାନୀୟ ଲୋକଙ୍କ ମନରେ ସେମାନଙ୍କ ପ୍ରତି ଭୟ ସୃଷ୍ଟି କରିବା ପାଇଁ ମାଓବାଦୀମାନେ ଏପରି କରିଛନ୍ତି ।
୧୬ ବର୍ଷର ଦଶମ ଶ୍ରେଣୀ ଛାତ୍ର ସ୍ୱୟମ ଶଙ୍କରକୁ ମାଓବାଦୀମାନେ ହତ୍ୟା କରିଥିବା ସୁକମା ଏସ୍ପି ପ୍ରକାଶ କରିଛନ୍ତି । ଶଙ୍କର ଏବଂ ତାଙ୍କ ବଡ ଭାଇ , ସେମାନଙ୍କର ଭଉଣୀଙ୍କର ମୃତ୍ୟୁ ହେବାରୁ ଗାଁକୁ ଆସିଥିଲେ । ମାଓବାଦୀମାନେ ସେମାନଙ୍କୁ ପୁଲିସ ସୂଚନାଦାତା ସନ୍ଦେହ କରିଥିଲେ । ପ୍ରଥମେ ସପ୍ତାହକ ତଳେ ବଡ ଭାଇକୁ ହତ୍ୟା କରିଥିଲେ । ମାତ୍ର ତାଙ୍କ ପରିବାର ଲୋକ ଭୟରେ ପୁଲିସକୁ କିଛି କହି ନଥିଲେ । ପରେ ସେମାନେ ତାଙ୍କ ସାନ ଭାଇ ୧୬ ବର୍ଷିୟ ଶଙ୍କରକୁ ହତ୍ୟା କରିଛନ୍ତି । ତିନି ସନ୍ତାନଙ୍କୁ ହରାଇବା ପରେ ସେମାନଙ୍କ ବାପା ମାଆ ଭୟରେ କେଉଁ ଆଡେ ଚାଲିଯାଇଥିବା ପୁଲିସ କହିଛି ।
Sign in
Sign in
Recover your password.
A password will be e-mailed to you.