ମୟୁରଭଞ୍ଜ,୧୩/୮/୨୪(ପିପିଏସ) : ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ଭାବରେ ଶିକାର କରିବା ଅଭିଯୋଗରେ ୩ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଶିମିଳିପାଳର ଅଭୟାରଣ୍ୟର ପିଠାବଟା ରେଞ୍ଜରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ଶିକାରୀଙ୍କ ଫଟୋ l ଏହି ଫଟୋ କୁ ଆଧାର କରି, ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ର ବିଭିନ୍ନ ଧାରା ଅନୁଯାୟୀ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ଶ୍ରୀମତ ମାଝି, କାରୁ ହାଂସଦା ଓ ବୁଧନ ମାଝି । ସମସ୍ତ ତିନି ଅଭିଯୁକ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।