ବାରଣାସୀ ସର୍ବସେବା ସଂଘ ଜମି ଫେରି ପାଇବା ପାଇଁ ସତ୍ୟାଗ୍ରହ
ଜଗତସିଂହପୁର,୧୩/୮/୨୪(ପିପିଏସ) : ଜଗତସିଂପୁର ସହର ମଧ୍ୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ, ଉତ୍କଳ ସର୍ବୋଦୟ ମଣ୍ଡଳ ଜଗତ ସିଂହପୁର ଶାଖା ପକ୍ଷରୁ ପ୍ରତୀକ ସତ୍ୟାଗ୍ରହ କରା ଯାଇଛି l ଏହି ସତ୍ୟାଗ୍ରହରେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ବାରିକ, ସମ୍ପାଦକ ରବି ମହାନ୍ତି, ବରିଷ୍ଟ ସର୍ବୋଦୟ ଚିନ୍ତକ ଗୌରାଙ୍ଗ ଚରଣ ହୋତା ତଥା ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ସୂଚନା ଅନୁଯାୟୀ ବାରଣାସୀ ସ୍ଥିତ ସନ୍ଥ ବିନୋବା ଭାବେ ଏବଂ ତତ୍କାଳୀନ ଭାରତର ମହାମନିଷୀ ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ସର୍ବସେବା ସଂଘ ର ପ୍ରାୟ ତେର ଏକର ଜମିରେ ଥିବା ପ୍ରଶିକ୍ଷଣ କେନ୍ଦ୍ର ,ପୁସ୍ତକାଳୟ ଆଦିକୁ ରେଳ ବିଭାଗ ଭାଙ୍ଗି ଜବର ଦଖଲ କରି ଗାନ୍ଧୀ ବିଚାର ଧାରା ଉପରେ କୁଠାରାଘାତ କରିଛନ୍ତି । ସେଥି ପାଇଁ ସର୍ବ ଭାରତୀୟ ସ୍ତରରେ ସର୍ବୋଦୟ ମଣ୍ଡଳ ଜମି ଫେରସ୍ତ ପାଇଁ ସରକାରଙ୍କ ଧ୍ୟାନ ଆକର୍ଷଣ ନିମନ୍ତେ ସତ୍ୟାଗ୍ରହ ପ୍ରଦର୍ଶିତ ହୋଇଛି ।