କେନ୍ଦୁଝର,୧ ୧/୮ (ପିପିଏସ) : କେନ୍ଦୁଝରରେ ଗୋରୁ ମାଫିଆ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ପୋଲିସ ଉପରକୁ ଗୁଳିମାଡ଼ କଲେ ଗୋରୁମାଫିଆ। ଜଣେ ଗୋରୁ ଚାଲାଣକାରୀ ଗୁରୁତର ହୋଇଥିବାବେଳେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ରବିବାର ଭୋର ସମୟରେ ବେଆଇନ ଗୋରୁ ଚାଲାଣ ନେଇ ପୋଲିସ ଖବର ପାଇ ହରିଚନ୍ଦନପୁର ଥାନା ଅଞ୍ଚଳର କୁଲାଢାଙ୍କୁଣି ନିକଟରେ ଗୋରୁ ଚଳାଣ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗୋଚାଲାଣକାରୀ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇବା ପରେ ପୋଲିସ ବାଧ୍ୟ ହୋଇ ତାଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା । ଯେଉଁଥିରେ ଜଣେ ଗୋଚାଳକାରୀଙ୍କ ଗୋଡରେ ଦୁଇଟି ଗୁଳି ବାଜିଥିଲା ଓ ଗୋ-ଚାଲାଣକାରୀଙ୍କ ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୁଲିସ୍ ୩ଟି ଯାକ ଗୋରୁ ଭର୍ତ୍ତି ପିକ୍ଅପ୍ ଭ୍ୟାନ ଜବତ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖି ଜେରା କରୁଛି । ଗୁରୁତର ଗୋଚାଲାଣକାରୀକୁ ପୋଲିସ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ସ୍ଥାନାନ୍ତର କରିଛି ଓ ଆହତ ପୋଲିସ କର୍ମଚାରୀ ଦୁଇ ଜଣ ହରିଚନ୍ଦନପୁର ସ୍ୱାସ୍ଥ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାର ଗୋଚାଲାଣକାରୀ ଜଣଙ୍କ କେନ୍ଦୁଝର ଜିଲ୍ଲା ସାନ୍ତରାପୁର ଅଞ୍ଚଳର ଆରିଫ ଖାନ ବୋଲି ଜଣାପଡିଛି । ତାଙ୍କ ନାଁରେ ଆଗରୁ ଅନେକ କେସ୍ ରହିଥିବା ସୂଚନା ମିଳିଛି ।