ବିଦେଶ ଗସ୍ତ ଶେଷ କରି ନୂଆଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ/ଭୁବନେଶ୍ୱର : ୧୧-୦୮-୨୪(ପିପିଏସ ) ଫିଜି, ନ୍ୟୁଜିଲାଣ୍ଡ ଓ ତିମୋର ଲେଷ୍ଟେ ଗସ୍ତ ଶେଷ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ତିମୋର-ଲେସ୍ତେ ଗସ୍ତ କରିଥିଲେ, ଯେଉଁଠାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ – ଗ୍ରାଣ୍ଡ କଲାର ଅଫ୍ ଦି ଅର୍ଡର ଅଫ୍ ତିମୋର-ଲେସ୍ତେ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ମୁର୍ମୁ ଗତକାଲି ରାଜଧାନୀ ଡିଲିରେ ତିମୋର-ଲେସ୍ତେର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଉଭୟ ଦେଶ ପାରସ୍ପରିକ ସହଯୋଗ ପାଇଁ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ତିମୋର-ଲେସ୍ତେର ଅଧ୍ୟକ୍ଷ ଜୋସ ରାମୋସ୍-ହୋର୍ଟା ପାଲାସିଓ ନୋବ୍ରେ ଡି ଲୋହାନେଠାରେ ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନରେ ଏକ ଭୋଜିର ଆୟୋଜନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ଭାରତ ଏବଂ ତିମୋର-ଲେସ୍ତେ ସମ୍ପର୍କକୁ ବୃଦ୍ଧି ସହ ‘ଦିଲ୍ଲୀ- ଡିଲି’ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Leave A Reply

Your email address will not be published.