ପ୍ରମୁଖ ଖବର
ଏସଆଇଆର୍ କୁ ନେଇ ଇସିଆଇଙ୍କ ବଡ଼ ନିଷ୍ପତ୍ତି
ଘରକୁ ଯାଇ ଦସ୍ତାବିଜ ସଂଗ୍ରହ କରିବେ ବିଏଲଓ ନୂଆଦିଲ୍ଲୀ: ଏସଆଇଆରକୁ ନେଇ ବିବାଦ ମଧ୍ୟରେ ଶନିବାର ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିଶନର ଡ. ସୁଖବୀର ସିଂହ ସାନ୍ଧୁ ଓ ଡ. ବିବେକ ଜୋଶୀ ବୈଠକରେ ଉପସ୍ଥିତ ଥିଲେ। ବୈଠକ ପରେ କମିଶନ ପକ୍ଷରୁ ଅନେକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। କମିଶନଙ୍କ ନିଷ୍ପତ୍ତି ଅନୁସାରେ, ଏସଆଇଆରରେ ନୋଟିସ୍ ପାଇଥିବା ଲୋକଙ୍କ ଘରକୁ ବିଏଲଓମାନେ […]
ଏକ ହଜାର ବେଡ୍ ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରିବ ବେଦାନ୍ତ
ଭୁବନେଶ୍ବର: ପଶ୍ଚିମଓଡ଼ିଶାରେ ଏକ ହଜାର ବେଡ୍ ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ବେଦାନ୍ତ ଗ୍ରୁପ୍ ପ୍ରସ୍ତାବ ଦେଇଛି। ରାଜ୍ୟ ସରକାର ଯେଉଁଠି କହିବେ ସେଠାରେ ଏହି ହସ୍ପିଟାଲ ନିର୍ମାଣ କରାଯିବ ବୋଲି ବେଦାନ୍ତ ଗ୍ରୁପ୍ ମୁଖ୍ୟ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ପରେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, କମ୍ପାନୀର ଝାରସୁଗୁଡ଼ା ସ୍ମେଲଟର ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ରାଜ୍ୟ […]
ବୁଡିଲା କିଆରୀ, କାନ୍ଦୁଛି ଚାଷୀ
ଅସ୍ତରଙ୍ଗ :- ଚାରି ମାସର ଝାଳବୁହା ପରିଶ୍ରମ ଆଖି ଆଗରେ ପାଣିରେ ଭାସୁଛି। କିଆରୀ ମୁଣ୍ଡରେ ବସି ମୁଣ୍ଡରେ ହାତ ଦେଇ କାନ୍ଦୁଛି ଅନ୍ନଦାତା। ଏ କରୁଣ ଦୃଶ୍ୟ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଓଥକା, କଣ୍ଟାପଡା, ସୁଦିକେଶ୍ୱର, ବେଗୁନିଆବସ୍ତ, କେନ୍ଦ୍ରାପଟି, ଶିଶୁଅର। ଯେଉଁଠି ଗର୍ଭଣୀ ଧାନ ଉପରେ ଏକା ସଙ୍ଗେ ଦୁଇ ଦଫା ମାଡ – ତଳେ ଆଣ୍ଠୁଏ ପାଣି, ଉପରେ ମାରାତ୍ମକ ପୋକ। ଆଉ ସବୁଠୁ ବଡ ଦୁଃଖ – ଏ […]
୨୨୦ ନମ୍ବର ଜାତୀୟ ରାଜପଥ ଶୋଚନୀୟ, ରାସ୍ତାରେ ବଡ଼ ବଡ଼ ଖାଲ
ପାଟଣା: ପାଟଣା-ସାହାରପଡ଼ା ଦେଇ ରାଞ୍ଚି ଯାଉଥିବା ୨୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇପଡ଼ିଛି। ବର୍ଷକ ତଳେ ଦେଓ ଜଳସେଚନ ବିଭାଗ ପକ୍ଷରୁ ଗୋରାଣ୍ଡିଯୋଡ଼ିଠାରୁ ବଳଭଦ୍ରପୁର ମଧ୍ୟରେ ୬ଟି କେନାଲ ଉପରେ ଜାତୀୟ ରାଜପଥ କଟାଯାଇ ମରାମତି କରାଯାଇଥିଲା। କାମ ଦେଓ ଜଳସେଚନ ବିଭାଗର ହୋଇଥିଲେ ମଧ୍ୟ ରାସ୍ତା ମରାମତିର ଦାୟିତ୍ୱ ଜାତୀୟ ରାଜପଥ ବିଭାଗକୁ ଦିଆଯାଇଥିଲା। ଠିକାଦାର ନିଯୁକ୍ତ କରି କାମ କରାଯାଇଥିଲେ ମଧ୍ୟ ଏହାର ମାନକୁ ନେଇ ପ୍ରଶ୍ନ ଉଠିଛି। […]
ପାହାଡ଼ ଛାଡ଼ିଲେ, ତଥାପି ସମସ୍ୟା ଛାଡ଼ିଲାନି; ବିକାଶରୁ ବଞ୍ଚିତ ତମାଙ୍ଗ ଗ୍ରାମବାସୀ
ତେଲକୋଇ: ପାହାଡ଼ ଶିଖରରେ ଗଢ଼ିଉଠିଥିଲା ଜନବସତି। ବର୍ଷ ବର୍ଷ ଧରି ଏଠାରେ ବାସ କରୁଥିଲେ ପାଉଡ଼ିଭୂୟାଁ ଓ ଗୋପାଳ ସମ୍ପ୍ରଦାୟର ଲୋକେ। ମୌଳିକ ସୁବିଧା ଓ ଆଧୁନିକ ଜୀବନଶୈଳୀର ଆଶାରେ ଗ୍ରାମବାସୀ ପାହାଡ଼ ଛାଡ଼ି ତଳକୁ ଆସିଲେ। ପାହାଡ଼ ତଳେ ନୂଆ ଜନବସତି ଗଢ଼ିଉଠିଲା। ହେଲେ ଦୁର୍ଭାଗ୍ୟର ବିଷୟ, ସ୍ଥାନ ବଦଳିଲା ସିନା ସମସ୍ୟା ଦୂର ହେଲା ନାହିଁ। ଆଜି ବି ମୌଳିକ ସୁବିଧା ଓ ସରକାରୀ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଜୀବନ ବିତାଉଛନ୍ତି […]
ଅସ୍ତରଙ୍ଗ ବଜାରରେ ବଡ଼ ଧରପକଡ଼, ମେଡିକାଲ ଷ୍ଟୋରରେ ଡ୍ରଗ୍ସ ବିଭାଗର ରେଡ୍
ଅସ୍ତରଙ୍ଗ: ‘ପ୍ରଜାତନ୍ତ୍ର’ରେ ଖବର ପ୍ରକାଶ ପରେ ଅସ୍ତରଙ୍ଗ ବଜାରରେ ହଠାତ୍ ଡ୍ରଗ୍ସ ବିଭାଗର ଫ୍ଲାଇଂ ସ୍କ୍ୱାଡ୍ର ଚଢ଼ାଉ। ବୁଧବାର ଅପରାହ୍ନରେ ଆଳସାହିରୁ ଅସ୍ତରଙ୍ଗ ମୁଖ୍ୟ ବଜାର ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ମେଡିକାଲ ଷ୍ଟୋରରେ ହୋଇଥିଲା ତନାଘନା ଯାଞ୍ଚ। ନକଲି କିମ୍ବା ନିମ୍ନମାନର ଔଷଧ ବିକ୍ରି ସନ୍ଦେହରେ କିଛି ଔଷଧର ନମୁନା ସଂଗ୍ରହ କରିଛି ତିନି ଜଣିଆ ଟିମ୍। ଚଢ଼ାଉର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ଜୋନ୍ର ସହକାରୀ ଔଷଧ ନିୟନ୍ତ୍ରକ ଡ. ସୁଦର୍ଶନ ବିଶ୍ୱାଳ। […]
ଅସ୍ତରଙ୍ଗ ଥାଳିରେ ‘ବିଷ’! ନକଲି ପନିରଠୁ ନିମ୍ନମାନର ଖାଦ୍ୟ, ଚଢ଼ାଉକୁ ଅପେକ୍ଷା
ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ୍ରେ ଖାଦ୍ୟ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ବଜାରରେ ନକଲି ପନିର, ମାନବିହୀନ ବୋତଲ ପାଣି ଓ ନିମ୍ନମାନର ଖାଦ୍ୟ ବିକ୍ରି ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିବାବେଳେ, ଦୀର୍ଘଦିନ ହେଲା ଖାଦ୍ୟ ସୁରକ୍ଷା ବିଭାଗର ବଡ଼ଧରଣର ଯାଞ୍ଚ କିମ୍ବା ଚଢ଼ାଉ ହୋଇନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ଅସ୍ତରଙ୍ଗ ମୁଖ୍ୟ ବଜାର ସମେତ ବିଭିନ୍ନ ଛକ ଓ ଗାଁ ଅଞ୍ଚଳରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି। ବଜାରରେ କିଲୋ […]
ତେଲ ଆମଦାନିରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ, ରୁଷକୁ ନେଇ ବଡ଼ ବୟାନ
ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ। ଯେଉଁଠାରୁ ତେଲଉପଲବ୍ଧ ହେବ ଓ ଅର୍ଥନୈତିକ ଭାବେ ଉପଯୁକ୍ତ ମନେ ହେବ, ଭାରତ ସେଠାରୁ ତେଲ କିଣିବ। ସୀତାରମଣ କହିଛନ୍ତି,ଭାରତର ୧୪୦ କୋଟି ନାଗରିକଙ୍କ ଶକ୍ତି ଆବଶ୍ୟକତା ପୂରଣ ପାଇଁ ତେଲ ଯୋଗାଣର ଏକାଧିକ ଉତ୍ସ ରହିବାଜରୁରୀ। ରୁଷରୁ ତେଲ ଆମଦାନି ବନ୍ଦ କରି ଅନ୍ୟ ଦେଶରୁ ତୁରନ୍ତ […]
ଜାତିସଂଘରେ ପାକିସ୍ତାନ ବିରୋଧରେ ବର୍ଷିଲେ କାଶ୍ମୀରୀ ମହିଳା
ଜେନେଭା: ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ)ରେ ମାନବାଧିକାର ଓ ନାଗରିକ ଅଧିକାର ସ୍ଥିତିକୁ ନେଇ ଜାତିସଂଘ ମାନବାଧିକାର ପରିଷଦରେ ଆପତ୍ତି ଉଠାଇଛନ୍ତି ଜମ୍ମୁ-କାଶ୍ମୀରର ସାମାଜିକ କର୍ମୀ ତସଲିମା ଅଖତର। ଜେନେଭାରେ ଚାଲିଥିବା ଜାତିସଂଘ ମାନବାଧିକାର ପରିଷଦର ୬୩ତମ ଅଧିବେଶନରେ ସେ ପିଓକେରେ ଚାଲିଥିବା ପ୍ରତିବାଦ ଓ ଏହା ବିରୋଧରେ ସୁରକ୍ଷା ବାହିନୀର ପ୍ରତିକ୍ରିୟା ନେଇ ଚିନ୍ତା ପ୍ରକଟ କରିଥିଲେ। ଅଖତର କହିଥିଲେ ଯେ, ପିଓକେରେ ନାଗରିକମାନେ ମୌଳିକ ଅଧିକାର ଓ ନାଗରିକ ସୁବିଧା ଦାବି କରି ଆନ୍ଦୋଳନ କରୁଛନ୍ତି। […]
ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ ପାଇବ ନିଟ୍ ପିଜି ପରୀକ୍ଷା ଫଳ
ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ଼ ଅଫ୍ ମେଡିକାଲ ସାଇନ୍ସେସ୍ (ଏନ୍ବିଇଏମ୍ଏସ୍) ଦ୍ବାରା କରାଯାଇଥିବା ନିଟ୍ ପିଜିପ୍ରବେଶିକା ପରୀକ୍ଷା ୨୦୨୬ ଫଳାଫଳ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଘୋଷଣା କରିପାରେ। ଏନ୍ବିଇଏମ୍ଏସ୍ଏପର୍ଯ୍ୟନ୍ତ ଉତ୍ତର ପ୍ରକାଶନ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନଥିବାବେଳେ ଖୁବ୍ ଶୀଘ୍ର ନ୍ୟାସନାଲପ୍ରବେଶିକା ପରୀକ୍ଷା ପ୍ରୋଭିଜନାଲ୍ ଉତ୍ତର କୀ ଓ ପ୍ରାର୍ଥୀଙ୍କ ଉତ୍ତର ପତ୍ର ପ୍ରକାଶ କରିବ ବୋଲି ଆଶା କରାଯାଉଛି।ପରୀକ୍ଷା ସ୍ୱଚ୍ଛତା ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି, ଚଳିତ ବର୍ଷ ବୋର୍ଡ ପ୍ରଥମ ଥର ପାଇଁ ଉତ୍ତର କୀ ଓରେକର୍ଡ ହୋଇଥିବା ଉତ୍ତର […]
