ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ମହିଳା ଗୁରୁତର

ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ, ମହିଲା ଗୁରୁତର ଟିଟିଲାଗଡ଼, 4/4  ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଆଜି ସକାଳୁ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ନେଇ ଜଣେ ମହିଲା ଦୂତିଆ ଭୋଇ ପୋଡି ହୋଇ ଗୁରୁତର ହୋଇଛନ୍ତି l ବିସ୍ପୋରଣ ନେଇ ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଛି l ସୂଚନା ଯେ ମୁରିବାହାଲ ଥାନା ଅନ୍ତର୍ଗତ ଚିକନିବାହାଲି ଗ୍ରାମର ଋଷଭ ଜାନିଙ୍କ ପତ୍ନୀ ପ୍ରସୂତି ନେଇ ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ l ତାଙ୍କର ଦୁଇ ଯାଆଁଲା କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ଶିଶୁ ଦୁର୍ବଳ ଥିବା ନେଇ ଡାକ୍ତର ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ରେଫର କରିଥିଲେ l ମହିଲାଙ୍କୁ ଆମ୍ବୁଲାନ୍ସରେ ବଲାଙ୍ଗିର ନେବା ପାଇଁ ଅକ୍ସିଜେନ ସିଲିଣ୍ଡର ଆମ୍ବୁଲାନ୍ସରେ ସଂଯୋଗ ସମୟରେ ତାହା ବିସ୍ଫୋରଣ ହୋଇଥିଲା l ସେ ସମୟରେ ନବଜାତ ଶିଶୁ କନ୍ୟାଙ୍କୁ ହାତରେ ଧରି ଆମ୍ବୁଲାନ୍ସରେ ବସିଥିବା ଦୂତିଆଙ୍କ ଶରୀରରେ ନିଆଁ ଲାଗିଯାଇଥିଲା l ତାଙ୍କୁ ସଙ୍ଗେ ସଙ୍ଗେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି l ତାଙ୍କ ଆଣ୍ଠୁରୁ ପାଦ ପର୍ଯ୍ୟନ୍ତ ନିଆଁରେ ପୋଡି ହୋଇଯାଇଛି l ଅନ୍ୟପକ୍ଷରେ ଶେଷ ରିପୋର୍ଟ ମୁତାବକ ଉଭୟ ଶିଶୁ କନ୍ୟା ଏବଂ ମାଙ୍କୁବଲାଙ୍ଗିର ଡାକ୍ତରଖାନାକୁ ପଠାଯାଇଛି l ପୀଡିତ ପରିବାରଙ୍କ ସମ୍ପର୍କୀୟ ଟିଟିଲାଗଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଭାରପ୍ରାପ୍ତ ଉପଖଣ୍ଡ ସ୍ୱାସ୍ଥ୍ୟ ଡା. ଓମକାର ହୋତା ସୂଚନା ଦେଉଛନ୍ତି l


Leave A Reply

Your email address will not be published.