ପୀଡ଼ିତ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତା ବନ୍ଦ

ବାଙ୍ଗିରିପୋଷି/ଭୁବନେଶ୍ୱର ୧୧-୧୧-୨୦୨୪(ପିପିଏସ ) : ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଗ୍ରାମବାସୀ ଶୁଦ୍ଧିକ୍ରିୟା କରିବା ପାଇଁ ଦେଉ ନଥିବାରୁ ଆଦିବାସୀ ସାଙ୍ଗେଲ ଅଭିଯାନ ତରଫରୁ ସୋମବାର ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି।  ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ପଞ୍ଚାୟତ ଦୋରକଣ୍ଟିଆର ସୁନ୍ଦର ମାଝୀଙ୍କ ପତ୍ନୀ ସାକ୍ର ମାଝୀଙ୍କ ମୃତ୍ୟୁ  ହୋଇଥିଲା।  ଗ୍ରାମବାସୀ ସୁନ୍ଦର ମୋହନ ମାଝୀଙ୍କୁ ୧୮ ବର୍ଷ ପୂର୍ବରୁ ଗୁଣିଗାରେଡ଼ି ସନ୍ଦେହରେ କରିଥିବା ୨୫ ହଜାର ଟଙ୍କା ଦେଇ ନଥିବାରୁ ଶବ ସତ୍କାର କରିବା ପାଇଁ ଦେଇ ନଥିଲେ। ପୁଲିସ ଓ ସାଙ୍ଗେଲ ଅଭିଯାନର କର୍ମକର୍ତ୍ତାଙ୍କ ହସ୍ତକ୍ଷେପ ପରେ ଶବ ସତ୍କାର ହୋଇଥିଲା। ହେଲେ ଆଜି ଥିଲା ଶୁଦ୍ଧିକ୍ରିୟା।

Leave A Reply

Your email address will not be published.